Oriya Love Shayari 18


ତୁମେ କଲେ ପର ଖାଇବି ଜହର
ମନେ ମୁଁ କରିଛି ପଣ
ତୁମରି ପ୍ରେମରେ ପ୍ରେମିକା ସାଜିବି
ନ କରିବ ହଇରାଣ

ପ୍ରୀତି ପଥେ କାନ୍ଦେ ତୁମକୁ ସୁମରୀ
ତୁମେ ମୋର ପ୍ରାଣଧନ
କିପରି ରହିବି ତୁମକୁ ଦୂରେଇ
ମନ ହୁଏ ମୋ ଉଚ୍ଛନ୍ନ

ତୁମେ ମୋ ସର୍ବସ୍ୱ ତୁମେ ଆହେ ପ୍ରିୟ
ନିଅ ତୁମେ ମୋତେ ଧରି
ତୁମ ବିନା କେହି ନାହାଁନ୍ତି ଭରସା
ତୁମେ ମୋ ପ୍ରେମ ପୂଜାରୀ

No comments:

Post a Comment