Oriya Love Shayari 17


ତୁମେ ପ୍ରାଣଧନ ମୋ ଜୀବନ ଧନ
ତୁମେ ମୋର ଗତିମୁକ୍ତି
ତୁମରି ପ୍ରେମରେ ପ୍ରେମିକା ସାଜିଛି
ଝୁରୁଛି ମୁଁ ଦିବାରାତ୍ରି

ତୁମେ ମୋ ସର୍ବସ୍ୱ ତୁମେ ଆହେ ପ୍ରିୟ
ନିଅ ତୁମେ ମୋତେ ଧରି
ତୁମ ବିନା କେହି ନାହାଁନ୍ତି ଭରସା
ତୁମେ ମୋ ପ୍ରେମ ପୂଜାରୀ

ସପ୍ତାହକୁ ଥରେ ଚିଠିଖଣ୍ଡେ ଦେଇ
ହତାଶା ମନକୁ ନେଇ
ଅବୁଝା ମନକୁ ବୁଝାଇବ ପ୍ରିୟ 
ନିବେଦନ କରେ ମୁହିଁ

No comments:

Post a Comment